ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ସୁନାର ଧନୁ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଆଜି ବିଧିବଦ୍ଧ ଭାବରେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପ୍ରାୟ ୨୮୬ କେଜି ଓଜନର ଏହି ସ୍ବର୍ଣ୍ଣ ଧନୁଷରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହୃତ ହୋଇଛି। ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମିତ ହୋଇଛି ସ୍ଵର୍ଣ୍ଣ ଧନୁଷ । ଏହି ଭେଟିଟି ସହୀଦ ଯବାନ ଏବଂ ଦେଶ ପାଇଁ ଜୀବନ ଦେଉଥିବା ମହାନ ବ୍ୟକ୍ତିତ୍ବଙ୍କ ଉଦ୍ଦେଶ୍ବରେ ତଥା ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ କରାଯାଇଛି । ସୁନାର ଧନୁ ଦେଖିବା ପାଇଁ ଛୁଟି ଆସିଥିଲେ ଅଞ୍ଚଳବାସୀ । ଏକ ଗାଡ଼ିକୁ ଫୁଲରେ ସଜାଯାଇ ଏହି ଧନୁକୁ ରଖାଯାଇଥିଲା । ଏହି ସମୟରେ ଜୟ ଶ୍ରୀରାମ ଧ୍ବନିରେ କମ୍ପି ଉଠିଥିଲା ଅଞ୍ଚଳ ।ରାଉରକେଲା ସହରରୁ ଆଜି ସ୍ବର୍ଣ୍ଣ ଧନୁଷ ଯାତ୍ରା ଆରମ୍ଭ ହୋଇ ୨୨ ଦିନ ଧରି ଅନୁଷ୍ଠିତ ହେଵ । ଓଡିଶାର ସମସ୍ତ ଜିଲ୍ଲା ଗସ୍ତ କରିବା ସହ ଝାଡ଼ଖଣ୍ଡ , ବିହାର, ଝତିସଗଡ, ଉତ୍ତରପ୍ରଦେଶ ହୋଇ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିଵାର କାର୍ଯ୍ୟକ୍ରମ ରହିଥିବା ସନାତନ ଜାଗରଣ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।