ରାଉରକେଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର
ରାଉରକେଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର । ରାଉରକେଲାରେ ବିଳମ୍ବିତ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ରଘୁନାଥପଲ୍ଲୀ ଥାନା ପଛ ରେଳଧାରଣାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୀଡିତାଙ୍କ ସହ ଯୁବକଙ୍କ କଣ ସମ୍ପର୍କ ରହିଛି ନା ନାହିଁ କାହିଁକି ଏଭଳି କାଣ୍ଡ ଘଟାଇଲେ ସେନେଇ ପଚରାଉଚରା କରୁଛି ପୋଲିସ । ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।
