ରାଜଧାନୀରେ ଆସନ୍ତା ୬ ତାରିଖରୁ ହଟିବ ବେଆଇନ ହୋର୍ଡିଂ

ରାଜଧାନୀରେ ହୋର୍ଡିଂ ପଡ଼ି ଦୁଇଜଣଙ୍କ ମୃତ୍ୟୁ । ଗତକାଲି ହୋଇଥିବା କାଳବୈଶାଖୀରେ ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଲାଗିଥିବା ହୋଡ଼ିଂ ଗଳି ପଡିଥିଲା । ଫଳରେ ଗଂଜାମ ଆସ୍କାର ଟୁନା ଗୌଡ଼ ନାମକ ଯୁବକଙ୍କ ମତ୍ୟୁ ହୋଇଛି । ଅନ୍ୟପଟେ ହୋର୍ଡିଂ ତଳେ ଚାପିହୋଇ ରହି ଡୁମୁଡୁମାର ଇଂଜିନିୟରିଂ ଛାତ୍ର ସଚିଦାନନ୍ଦ ପ୍ରଧାନଙ୍କ ଜୀବନ ଯାଇଛି । ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳ ପରିଦର୍ଶନ ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଜଧାନୀରୁ ବେଆଇନ ହୋର୍ଡିଂ ହଟିବା ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସୂଚନା ଏହା ଏକ ସରକାରୀ ହୋର୍ଡ଼ିଂ ନୁହେଁ । ଆଇଗିଣିଆ ଦୁର୍ଗ ପୂଜା ମଣ୍ଡପ ପରିସରରେ ଏହି ହୋର୍ଡ଼ିଂ ଲାଗିଥିଲା ।

ଯାହା ଜାଗାରେ ହୋର୍ଡ଼ିଂ ଲାଗିଥାଏ ସେ ପଇସା ପାଇଥାଏ । ହୋଡ଼ିଂ ନିର୍ମାଣ ନେଇ ଏକ structural ସାର୍ଟିଫିକେଟ ଦାଖଲ କରିବା ବାଧ୍ୟତାମୂଳକ ।ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ବେଆଇନ ହୋର୍ଡିଂ କଟା କାର୍ଯ୍ୟ। ଘରୋଇ ସ୍ଥାନରେ ଥିବା ବିପଦ ପୂର୍ଣ୍ଣ ହୋର୍ଡ଼ିଂ କାଟିବା ପାଇ bmc ନିଷ୍ପତ୍ତି ନେଇ ସାରିଛି ।