ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼, ହାତ ଯୋଡି ନେହୁରା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ

ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ହାତ ଗୋଡ଼ ବାନ୍ଧି ମାରିଲେ ନିର୍ଘାତ ମାଡ଼ । ହାତ ଯୋଡି ନେହୁରା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ । ବିଧା ଗୋଇଠା ସହ ନିର୍ଘାତ ମାଡ ମାରି କରିଲେ ଲହୁ ଲୁହାଣ । ପର୍ଯଟନ ସ୍ଥଳୀରୁ ଭିଡିଓ ଭାଇରାଲ ପରେ ଆକ୍ସନ ମୋଡ଼ରେ ପୋଲିସ । ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଅଛନ୍ତି ।ସୂଚନା ଅନୁଯାୟୀ ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗାଁର ୧୪ ବର୍ଷୀୟ ନାବାଳକକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ନିସ୍ତୁକ ମାଡ଼ ମାରିଥିଲେ । ୨୦ ରୁ ୨୫ ଦିନ ତଳେ ଏକ ନିକାଞ୍ଚ ସ୍ଥାନକୁ ନେଇ ମାଡ଼ ମାରିବା ସହ ଧମକାଇଥିଲେ । ପିଲାଟି ଯେତେ କାକୁତି ମିନତି କରିଥିଲେ ହିଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘର ଲୋକଙ୍କୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା । ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ କେହି ଜଣେ ଉତ୍ତୋଳନ କରିଥିଲା । ଯାହାକି ପରଵର୍ତ୍ତି ସମୟରେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ନାବାଳକଙ୍କ ମା’ ଗତକାଲି ରାତିରେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଭିଡିଓକୁ ଆଧାର କରି ପୁଲିସ୍ ୬ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି ଧଉଳି ଥାନା ପୁଲିସ । ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି ।