ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ CAW

ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ପରେ ଯେଉଁ ବଡ଼ ସେକ୍ସରାକେଟର ଗୁମର ଖୋଲିଥିଲା ଏହାର ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ । କିଛି ବଡ଼ ସୁରାକ ଲାଗିଛି । ଯାହାକୁ ଦେଖି ଏହାକୁ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି ପୋଲିସ ।ଏନେଇ ଝାରଖଣ୍ଡ ପୋଲିସକୁ ମଧ୍ୟ ଯୋଗାଯୋଗ କରିଛି ଓଡ଼ିଶା ପୋଲିସ। ଭୁବନେଶ୍ୱର ଏକ ସେକ୍ସ ରାକେଟରେ ନାବାଳିକାକୁ ସାମିଲ କରାଯାଇଥିଲା। ତେଣୁ ରାଜ୍ୟ ବାହାରୁ ନାବାଳିକାଙ୍କୁ ଆଣି ଏଭଳି କାରବାରରେ ନିୟୋଜିତ କିଏ କରିଥିଲା।

ଘଟଣାକୁ ମନିଟର ପାଇଁ ୪ ମହିଳା DSPଙ୍କୁ ବିଭିନ୍ନ ଦିଗରେ ତଦନ୍ତ ପାଇ ଦାୟିତ୍ବ ଦିଆଯାଇଛି। ଘଟଣାରେ ଏକ ଗୋଲ୍ଡେନ କାର ଜବତ କରାଯାଇଛି । ଯେଉଁ କାରରେ ନାବାଳିକାକୁ ବିଭିନ୍ନ ସ୍ଥାନରେ ନେଇ ଦଲାଲ ଛାଡୁଥିବା ପୋଲିସ ପ୍ରମାଣ ସଗ୍ରହ କରିଛି।