ରାଜଧାନୀରେ ପୂଜା ପାଉଛନ୍ତି ୬୨ ଫୁଟର ଦୁର୍ଗା ମୂର୍ତ୍ତି
ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି । ଚଳିତ ବର୍ଷ କମିଟି ଅଷ୍ଟମ ବର୍ଷରେ ମା’ଙ୍କ ପୂଜା କରୁଛି ।ଓଡ଼ିଶାରେ ପ୍ରଥମ ଥର ଏତେ ବଡ଼ ଦୁର୍ଗା ମୂର୍ତ୍ତି ନିର୍ମାଣ ହୋଇଛି । ୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି । ମାଆଙ୍କ ବିରାଟ ମୂର୍ତ୍ତି ତଳେ ୧୨ଫୁଟର ୪ ଟି ସିଂହ ନିର୍ମାଣ କରାଯାଇଛି। , ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ସହ ସନ୍ଧ୍ୟାରେ ମେଲଣ ପଡ଼ିଆରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।ପୂଜାକୁ ଆକର୍ଷଣୀୟ କରିବା ପାଇଁ ମଣ୍ଡପର ତୋରଣକୁ ୭୫ ଫୁଟ ଉଚ୍ଚ କରିବା ସହିତ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମିନାବଜାର, ଦୋଳି ସହିତ ଚଟପଟି ଖାଦ୍ୟର ପସରା ମେଲିଛି ।
