ରାଜଧାନୀରେ ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ

ରାଜଧାନୀରେ ବାର ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଳ ଥାନା ଶିବଶକ୍ତି ନଗରରେ ଏକ ବନ୍ଦ ଘରୁ ମିଳିଳା ମୃତଦେହ । ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ ଓ ଘର ଚଣ୍ଡୀଗଡ ବୋଲି ଜଣାପଡିଛି। ସେ କଟକ ରୋଡରେ ଏକ ବାରରେ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁୁ ଜଣାପଡିଛି।

ସେହି ବିଲ୍ଡିଂରେ ପ୍ରାୟ ୨୫ ଜଣ ଯୁବତୀ ରହୁଥିବା ଖବର ମିଳିଛି। ଖବର ପାଇ ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ ।ଟେଲିଫୋନ କଲ୍ ରେକର୍ଡ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୋଲିସ ।