ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ ।

ସାମ୍ନାକୁ ଆସିଲା ରାଜଧାନୀରେ ଚାଲିଥିବା ଘରଭଡ଼ା ଠକେଇ ରାକେଟର ଗୁମର। ଦଲାଲ ମାନେ କେବଳ ‘ଟୁ ଲେଟ୍‌’ ଲଗାଇ ଲୁଟ୍ କରୁନାହାନ୍ତି, ବରଂ ଭରସାଯୋଗ୍ୟ ଆପ୍ ଜରିଆରେ ଅପରେଟ୍ କରୁଛନ୍ତି। ଜଣେ ଯୁବତୀଙ୍କୁ ଘରଭଡ଼ା ଦେବା ବାହାନାରେ ମିଛ ଘର ଦେଖାଇ ଜାଲିଆତି କରି ଟଙ୍କା ଲୁଟିଛନ୍ତି ଦଲାଲ। ତେବେ ଠକାମୀରେ ଶିକାର ହୋଇଥିବା ଲୋପିତା ଦାସ ଏବେ ମୁହଁ ଖୋଲିଛନ୍ତି।ଭୁବନେଶ୍ୱରରେ ପେଟ୍‌ ଫ୍ରେଣ୍ଡଲି ଘରଟିଏ ଖୋଜୁଥିଲେ। ତେଣୁ ସେ ଆପ୍‌ର ସାହାରା ନେଇଥିଲେ। ଆପ୍‌ ସ୍କ୍ରଲ୍‌ କରୁ କରୁ ଗୋଟିଏ ଘର ପାଇଥିଲେ। ସେଥିରେ ଦିଆଯାଇଥିବା ମୋବାଇଲ୍‌ ନମ୍ୱରରେ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇଥିଲେ ଜଣେ ବ୍ୟକ୍ତି(ବ୍ରୋକର)।

ସେ ଜଣେ ଘର ମାଲିକ ପରି କଥା ହୋଇଥିଲେ। ତେଣୁ ତାଙ୍କ ଉପରେ ବିଶ୍ୱାସ କରି ଘର ବିଷୟରେ କଥା ହୋଇଥିଲେ। ତା’ପରେ ବ୍ରୋକର ଜଣକ ଲୋପିତାଙ୍କ ପାଖକୁ ଘରର କିଛି ଭିଡିଓ ଓ ଫଟୋ ପଠାଇଥିଲେ।ଫଟୋ ଦେଖିବା ପରେ ଘର ଦେଖିବା ପାଇଁ ଲୋପିତା ଚାହିଁଥିଲେ। ହେଲେ ବ୍ରୋକର ବିଭିନ୍ନ ବାହାନା କରିଥିଲା। ପରେ ଏଗ୍ରୀମେଣ୍ଟ କଥା କହିଥିଲା । ତାଙ୍କ କଥାରେ ବିଶ୍ୱସ କରି ଏଗ୍ରୀମେଣ୍ଟ କରିବା ପାଇଁ ରାଜି ହୋଇଥିଲେ ଲୋପିତା। ପରବର୍ତ୍ତୀ ସମୟରେ ଆଡ୍‌ଭାନ୍ସ ଟଙ୍କା ଦେବାକୁ କହିଥିଲା। ତାଙ୍କ କଥାରେ ରାଜି ହୋଇ ଲୋପିତା ଫୋନ୍‌ ପେ’ରେ ଟଙ୍କା ପଠାଇଥିଲେ। ଆଡ୍‌ଭାନ୍ସ ଟଙ୍କା ପାଇବା ପରେ ବ୍ରୋକର ମୋବାଇଲ୍‌ ବନ୍ଦ କରି ଦେଇଥିଲା ପରେ କିଛି ଦିନ ବିତିଯିବା ପରେ ହଠାତ୍‌ ଲୋପିତାଙ୍କ ମୋବାଇଲ୍‌କୁ ବ୍ରୋକର ମେସେସ୍‌ ପଠାଇଥିଲା।କିନ୍ତୁ ସେଥିପ୍ରତି ଧ୍ୟାନ ଦେଉନଥିଲି ବୋଲି ଲୋପିତା କହିଛନ୍ତି। ରାଜଧାନୀ ଘର ବ୍ରୋକରଙ୍କ ପାଇଁ ସରକାର କିଛି ଆଇନ୍‌ ଆଣିବା କଥା ବୋଲି ସେ କହିଛନ୍ତି। ତେଣୁ ଯଦି ଆପଣ କେହି ରାଜଧାନୀରେ ଘର ଭଡା ବା ଘର କିଣିବାକୁ ଚାହୁଁଛନ୍ତି ତେବେ ସାବଧାନ ହୁଅନ୍ତୁ | ସବୁଆଡୁ ଭାବି ଚିନ୍ତା କାର୍ଯ୍ୟ କରନ୍ତୁ |