ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି।

ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍‌ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି।ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ ପାଇଁ ପୁଲିସ ହାତରେ ଧରାପଡିଗଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ।ଯାଜପୁରରେ ସତ୍ୟଜିତ ସାମଲ ଝିଅମାନଙ୍କୁ ମିଛ ପ୍ରତିଶୃତି ଦେଇ ଭଲପାଉଥିଲା ।

ତାପରେ ସେହି ଭଲ ପାଇବାର କଥା ରଖି ବିବାହ ବି କରୁଥିଲା । ମହିଳାମାନଙ୍କୁ ନିଜ ସହ ଶାରିରୀକ ସଂପର୍କରେ ରଖିବାକୁ ବାଧ୍ୟ କରୁଥିଲେ ।ଏପିରିକି ସଂପର୍କ ରଖିବା ପରେ ସେମାନଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ବି ନେଉଥିଲା । ଆଉ ନିଜର କାମ ସରିବା ପରେ ସେମାନଙ୍କୁ ଧମକ ଚମକ ଦେଇ ଡିଭୋର୍ସ ନେଉଯାଉଥିଲା । ଏହିପରି ଭାବେ ଏକାଧିକ ମହିଳାଙ୍କ ସହ ଏପରି କରିଚାଲିଥିଲା ସତ୍ୟଜିତ । ଏହାପରେ ଲୁଟ୍‌ ଟଙ୍କା ନେଇ ଦୁବାଇ ଚାଲିଯାଉଥିଲା । ଏପଟେ ସତ୍ୟଜିତ ନାଁରେ କ୍ୟାପିଟାଲ ପୋଲିସ ଥାନାରେ ଏକାଧିକ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ପୋଲିସ । ରସିକିଆ ଠକକୁ ଧରିବା ଲାଗି ପ୍ରେମିକା ସାଜିଥିଲେ ମହିଳା ପୋଲିସ । ଜଣେ ମହିଳା ପୁଲିସ ସହିତ ଚାଟିଂ କରି କଥା ହେବା ଦ୍ୱାରା ପୁରା ମାମଲାର ଗୁମର ଖୋଲିଥିଲା। ଫଳରେ ଧରାପଡିଯାଇଥିଲେ ସଂପୃକ୍ତ ଯୁବକ।