ରାଜଧାନୀର ୨୦ଟି ବଡ ହାଟ ପାଇଁ ଏସଓପି ଆଣିବ  ବିଏମସି

ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍‌ଓପି ଲାଗୁ ହେବ। ଏ ନେଇ ବିଏମ୍‌ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। କହିଛନ୍ତି ବିଏମସି ଆଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନଫୋର୍ସମେଣ୍ଟ କଡାକଡି ହେବ । ଜରିପାଲ ଟାଣିପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ଦୋକାନୀ ।ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ।ସୂଚନାମୁତାବକ ଗତକାଲି ନିଆଁ ଲାଗି ୨୦ରୁ ୩୦ଟି ପରିବା ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା । ୧୧ଟି ଦମକଳ ବାହିନୀଗାଡି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣାକୁ ନଜରରେ ରଖି ବିଏମ୍‌ସି ଆଗୁଆ ସଜାଗ ହୋଇଛି |