ରାଜଧାନୀ, ବିଜେବି କଲେଜରେ ଏବିଭିପିର ବିଜୟ
ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିଛନ୍ତି। ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ ରାଜଧାନୀ ଏବଂ ବିଜେବିରେ ଏବିଭିପିର ବାଜିମାତ ହୋଇଛି । ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର । ସେହିପରି ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢୀ ।