ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ  ଏବଂ  ରଚନା। 

ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ ଓ ରଚନା। ଓଲିଉଡ଼ର ଦୁଇ ସୁପରଷ୍ଟାର ଏବେ ମଇଦାନରେ ପ୍ରଚାର କରୁଛନ୍ତି। ଉଭୟେ ଉଭୟଙ୍କୁ ମନ ମଧ୍ୟ ପକାଉଛନ୍ତି। ସିଦ୍ଧାନ୍ତ ମହାପାତ୍ର ଏବେ ଦିଗପହଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ରଚନା ବାନାର୍ଜୀ ଏବେ ହୁଗୁଳିିରୁ ଟିଏମସି ପ୍ରାର୍ଥୀ । ହୁଗୁଳିରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ରଚନା ବାନାର୍ଜୀ। ଦାଣ୍ଡ ଦୁଲୁକେଇ କରୁଛନ୍ତି ପ୍ରଚାର। ଦିଗପହଣ୍ଡିର ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର। ସେ ଧୁମଧାମ କଲେଣି ପ୍ରଚାର। ରାଜନୀତିର ଏହି ମଇଦାନରେ ଓଲିଉଡ଼ର ଦୁଇ କୋ ଷ୍ଟାର ଭିନ୍ନ ଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

ହୁଗୁଳି ଲୋକସଭା ନିର୍ବାଚନ ମଣ୍ଡଳୀର ଭଦ୍ରେଶ୍ୱର ପୌର ପାଳିକା ଅଞ୍ଚଳରେ ରଚନା ନିର୍ବାଚନୀ ପ୍ରଚାର କରିଥିଲେ। ଯେଉଁଠାରେ ପ୍ରବାସୀ ଓଡ଼ିଆଙ୍କୁ ଦେଖି ସେ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି। ସିନେ ତାରକାରୁ ରାଜନେତ୍ରୀ ହେବା ନୂଆ ଅନୁଭବ । ରଚନାଙ୍କ ନୂଆ ଇନିଂସ ଅର୍ଥାତ ପ୍ରଥମ ଥର ରାଜନୀତି ମଇଦାନରେ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଖବର ଜାଣି ସିଦ୍ଧାନ୍ତ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ରଚନା ମଧ୍ୟ ସିଦ୍ଧାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।