ରାଜ୍ୟରେ ଆଗାମୀ ଦୁଇ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ

ରାଜ୍ୟରେ ପହିଲି ଶୀତ । ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ ପ୍ରାୟ ୩ ଡିଗ୍ରୀ କମିଛି । ଏକାଧିକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।ପାଣିପାଗ ବୈଜ୍ଞାନୀ ଡ.ରାଜଶ୍ରୀ କହିଛନ୍ତି,” ଗତ 24 ଘଣ୍ଟାରେ ଓଡ଼ିଶା ରାଜ୍ୟରେ ପାଗ ଶୁଖିଲା ରହିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 12.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସାଧାରଣ ତାପମାତ୍ରାଠାରୁ ତଳେ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସଧାରଣ ତାପମାତ୍ରାଠାରୁ ଅଧିକ ରହିଛି ।ଏହାସହ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ । ଆଗାମୀ 2 ଦିନ ଭିତରେ 2ରୁ 4 ଡିଗ୍ରୀ ରାତିର ତାପମାତ୍ରା ହ୍ରାସ ପାଇବ । ତେବେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତିର ତାପମାତ୍ରାରେ ଆହୁରି ହ୍ରାସ ଘଟିଥିବା ସମ୍ଭାବନା ରହିଛି । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ାହୁରି ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।