ରାଜ୍ୟରେ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା, ପ୍ରଥମେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଡିଜିଟାଲ ଆପରେ ହେବ ଜନଗଣନା ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ ମାଧ୍ୟମରେ ଦେଇପାରିବେ ।ଘରେ ବସି ନିଜେ କରିପାରିବେ ସ୍ଵ-ଜନଗଣନା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।ରାଜ୍ୟପାଳ ନିଜ laptopରୁ ଲଗିନ କରି ଜନଗଣନା କରିଛନ୍ତି। ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ପରିବାରକୁ ତଥ୍ୟ, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା । ୧୯୪୮ ଜଣଗଣନା ଆକ୍ଟ ଅନୁସାରେ ସବୁ କରାଯାଉଛି । ଜଣଗଣନା କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ନିବେଦନ କଲେ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ସେ କହିଛନ୍ତି, ୧ ଲକ୍ଷ ଜନଗଣନାକାରୀ ଏଥିରେ ସାମିଲ ହୋଇଛନ୍ତି । ଜନ ଗଣନାକାରୀଙ୍କୁ ୧୫୦ରୁ ୨୦୦ ଘର ଆଲର୍ଟ କରାଯାଇଛି । ସେନସସ୍ ପୋର୍ଟାଲରେ ମ୍ୟାପିଂ କରାଯାଇଛି । ଆସନ୍ତା ୧୫ ପରେ ଘରକୁ ଘର ଯାଇ ଜନଗଣନା କରାଯିବା।