ରାଜ୍ୟରେ ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି
ନବଜାତ ମୃତ୍ୟୁକୁ ନେଇ ବିଧାନସଭା ତଥ୍ୟ ଚିନ୍ତାଜନକ । ଗତ ତିନିବର୍ଷ ଭିତରେ ୨୩,୧୩୦ ନବଜାତକଙ୍କ ମୃତ୍ୟୁ ହୋଇଛି । ମା’ ଗର୍ଭରେ ୩୪ ହଜାର ୨୮୪ ଜଣ ଶିଶୁ ଙ୍କ ମୃତ୍ୟୁ ହୋଇଛି । ପ୍ରସବ ସମୟରେ ୨ ହଜାର ୬୪ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ତେବେ ଆଜି ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା। ମାତ୍ର ୭ ମିନିଟ ଚାଲି ପାରିଲା ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ।ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକ ମାନେ ନାରାବାଜି କରିଥିଲେ । ସେପଟେ ଗୃହ ଅଚଳାବସ୍ଥା ନେଇ ନିଜ ସିଟରେ ଛିଡା ହୋଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ ।
