ରାଜ୍ୟରେ ପୁଣି ବଢିବ ତାପମାତ୍ରା ।ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

କାଳବୈଶାଖୀର ପ୍ରଭାବ ତାତିରେ ବ୍ରେକ୍‌ ଲଗାଇଥିଲା । ହେଲେ ଆଗକୁ ପାଗ ପୁଣି ବଦଳିବ । ଫେରିବ ତାତି ଆଉ ଗୁଳୁଗୁଳି । ଗ୍ରୀଷ୍ମପ୍ରବାହ ବି ବହିବ । ଆସନ୍ତା ୧୩ ତାରିଖରୁ ରାଜ୍ୟରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

ସୁନ୍ଦରଗଡ.ରାଉରକେଲା, ବୈାଦ୍ଧ.ଓ ଟିଟିଲାଗଡରେ ତାତି ୪୦ ଡିଗ୍ରୀ ଛୁଇଁବ । ସମ୍ବଲପୁର ,ଅନୁଗୁଳ ,ଢେଙ୍କାନାଳ ,ଚାନ୍ଦବାଲି, ବାଲେଶ୍ୱର,ବାରିପଦାରେ ତାପମାତ୍ରୀ ୩୯ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି ।