ରାଜ୍ୟରେ ପ୍ରବଳ ବର୍ଷା
ବଙ୍ଗୋପସାଗରରେ (BOBରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ରୂପ ନେଇ ଓଡିଶା ଉପକୂଳରେ ଅତିକ୍ରମ କରିଛି। ଏହା ପ୍ରଭାବରେ ଦକ୍ଷିଣ ଓ଼ଡିଶାର ଅନେକ ଜିଲାରେ ବର୍ଷା ଲାଗି ରହିଛି। ଫଳରେ କିଛି ଜିଲାରେ ତଳିଆ ଅଞ୍ଚଳ ବୁଡି ଯାଇଥିବା ବେଳେ ବନ୍ୟାର ଆଶଙ୍କା ଦେଖା ଦେଇଛି। ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିଲା । ଆଜି ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କାଲି ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।
