ରାଜ୍ୟରେ ବନ୍ୟା ସ୍ଥିତି ନଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶୋଖର ପାଢୀ ସୂଚନା

ରାଜ୍ୟରେ ବନ୍ୟା ସ୍ଥିତି ନଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶୋଖର ପାଢୀ ସୂଚନା ଦେଇଛନ୍ତି । ବଂଶଧାରା ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ହୀରାତୁଦ ଜଳସ୍ତର ୬୨୭.୮୯ ଫୁଟ ଓ ରେଙ୍ଗାଲିରେ ୧୨୩.୫ ମି ରହିଛି । ଦକ୍ଷିଣ ଓଡିଶାର ଜଳଭଣ୍ଡାର ଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ୪୮ ଜଳଭଣ୍ଡାର ମଧ୍ୟରୁ ୩୮ଟିର ସ୍ଥିତି ସନ୍ତୋଷଜନକ ରହିଛି । ତେଣୁ ଏବେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।