ରାଜ୍ୟରେ ୭ରୁ ବର୍ଷା ଆରମ୍ଭ

ରାଜ୍ୟରେ ସାମାନ୍ୟ ବଦଳିଛି ପାଗ, ତାତିରୁ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ସକାଳୁ ଅନେକ ସ୍ଥାନରେ ମେଘୁଆ ପାଗ ସମେତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମଙ୍ଗଳବାର ଓ ବୁଧବାର ପାଗ ଶୁଖିଲା ରହିବ। ପୁଣି ୭ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପେଗ କେନ୍ଦ୍ର ପକ୍ଷରୂ ସୂଚନା ଦିଆଯାଇଛି।

ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା ଥିବାରୁ ଦିନର ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।