ରାଜ୍ୟର ଐତିହାସିକ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆସିବା ହେରିଟେଜ୍ ପଲିସି
ପୁରୁଣା ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ଲୋକ ସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପୂର୍ତ୍ତ ମନ୍ତ୍ରୀ, ସଂସ୍କୃତ ମନ୍ତ୍ରୀ ଓ ଏଏସ୍ଆଇ କର୍ତ୍ତୁପକ୍ଷଙ୍କୁ ନେଇ ହୋଇଥିଲା ବୈଠକ । ରାଜ୍ୟର ଐତିହାସିକ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂସ୍କୃତି ବିଭାଗ ଏକ ନୂଆ ହେରିଟେଜ୍ ପଲିସି ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛି। ପର୍ଯ୍ୟଟନ ବିଭାଗ ଚିହ୍ନଟ କରିବ ୭୫ଟି ଡେଷ୍ଟିନେସନ୍ ।
ପ୍ରଥମ ପର୍ଯ୍ୟାୟରେ ସେହି ସବୁ କୀର୍ତ୍ତିରାଜ ସ୍ଥଳୀଗୁଡିକର ସଂରକ୍ଷଣ ଏବଂ ସୁରକ୍ଷା କରାଯିବ । ତାସହ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ମଧ୍ୟ ସଜଡ଼ା ଯିବ । ରତ୍ନଗିରିରୁ ଅନେକ ପୁରୁଣା କୀର୍ତ୍ତିରାଜ ଏବଂ ଲେଖା ମିଳିଛି । ସେସବୁକୁ ମଧ୍ୟ ସୁରକ୍ଷା ଏବଂ ସଂରକ୍ଷଣ ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାସହ ଏକ ଟାସ୍କ ଫୋର୍ସ ଗଠନ କରାଯିବ।
