ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ

ଆଜି ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ କ୍ୟାବିନେଟରେ ବାଜିଛି ମୋହର । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି, ଲଘୁ ଖଣିଜ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଲଘୁ ଖଣିଜ ନିଲାମ ନୁହେଁ, ଲଟେରୀ ହେବ । ସରକାର ଦର ନିର୍ଦ୍ଧାରଣ କରିବେ । ଲଘୁ ଖଣିଜ ଦ୍ରବ୍ୟ କଳାବଜାରୀ ନହେବାକୁ ପଦକ୍ଷେପ ନିଆଯାଇଛି । ଟେକ୍ନୋଲୋଜିର ବ୍ୟବହାର କରାଯିବ । ଗଠନ ହେବ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ । ପୋଲିସ, ବନବିଭାଗ, ଅବକାରୀ ବିଭାଗର ନିଯୁକ୍ତି କରିବ ଏହି ଆୟୋଗ । ଏଥିରେ ଜଣେ ଅଧ୍ୟକ୍ଷ ଦୁଇ ଜଣ ସଦସ୍ୟ ରହିବେ । ୟୁନିଫର୍ମ ସେବା ଯୋଗାଉଥିବା ଅଧିକାରୀଙ୍କ ନିଯୁକ୍ତି ଏହି ଆୟୋଗ ହିଁ କରିବ । ଅନ୍ୟପଟେ ଶୀତକାଳୀନ ଅଧିବେଶନ ସହ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ। ବୈଠକରେ ପରିବହନ ମମନ୍ତ୍ରୀ , ଗଣଷିକ୍ଷା ମନ୍ତ୍ରୀ କହିଛନ୍ତି।