ରାଜ୍ୟ ପରିବହନ ବିଭାଗକୁ ଇଡିର ନୋଟିସ୍
ପରିବହନ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ଇଡି। ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ଜାଣିବାକୁ ପାଇଛି ଇଡି । ତେଣୁ ପରିବହନ ବିଭାଗ ସହିତ ଜଡ଼ିତ ୩୪ ଜଣଙ୍କର ତଥ୍ୟ ମାଗିଛି ଇଡି ।କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ବିଷୟରେ ଇଡି ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗକୁ ଚିଠି କରାଯାଇଥିଲା । ତେବେ ଅଭିଯୋଗ ଅନୁସାରେ, କେତେକ ପରିବହନ ସଂସ୍ଥା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ନବୀକରଣ ନକରି କିମ୍ବା ଟିକସ ଫାଙ୍କି ଗାଡ଼ି ଚଲାଉଥିବା ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । ଏଥିସହ ଯେଉଁମାନଙ୍କ ନାଁରେ ଗାଡ଼ି ଗୁଡ଼ିକ ପଞ୍ଜୀକରଣ ହୋଇଥିଲା, ସେମାନଙ୍କ ଆର୍ଥିକ କାରବାର ଜାଣିବାକୁ ଏପରି ଚିଠି କରାଯାଇଥିବା ସୂଚନା ମିଳିଛି । ତେବେ ଅଗଷ୍ଟ ୮ ତାରିଖରେ ବିଭାଗ ପକ୍ଷରୁ କଟକ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛି ଇଡି।
