ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀକୁ ନେଇ ଭକ୍ତଙ୍କ ବଡ଼ ଘୋଷଣା, ଲିଷ୍ଟରେ ରଖିଲେ ଏହି ୫ ଜଣଙ୍କ ନାଁ

ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି,ପ୍ରାର୍ଥୀ ଫାଇନାଲ୍ ହେବ କହିଲେ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ୫ଟି ନାଁକୁ ନେଇ ଆଲୋଚନା ଚାଲିଛି ବୋଲି ଭକ୍ତ ଦାସ କହିଛନ୍ତି ।ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି। ଆମେ ରାଜନୀତିରେ ଘୋଡ଼ା ବେପାର ବନ୍ଦ କରିବାକୁ ଚାହୁଁଛୁ ବୋଲି ଭକ୍ତ କହିଛନ୍ତି।