ରାତି ପାହିଲେ ସ୍ୱାଧିନତା ଦିବସଅବହେଳିତ ହୋଇ ପଡ଼ିଛି ଗାନ୍ଧୀ ପୀଠଟଙ୍କା ଥାଇ ବି ହୋଇପାରୁନି ପୁନରୁଦ୍ଧାର
ଗଣିଆ,( ବିଶ୍ୱରଂଜନ ସେଠି) ଗଣିଆ ବଜାରର ଥାନା ସମ୍ମୁଖରେ ଅବହେଳିତ ଅବସ୍ଥାରେ ରହିଛି ଗାନ୍ଧୀ ପୀଠ । ଯେଉଁଦିନ ଗାନ୍ଧୀ ଜୟନ୍ତି, ସ୍ୱାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ସେଦିନ ମନେ ପଡ଼େ ଗାନ୍ଧୀଙ୍କ କଥା । ଦୁଃଖ ଓ ପରିତାପର ବିଷୟ ୨୦୧୭ ମସିହାରୁ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୨ଲକ୍ଷଟଙ୍କା ମଂଜୁର ହୋଇଥିବା ବେଳେ ଇତି ମଧ୍ୟରେ ଦୀର୍ଘ ୫ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ । ତେବେ ପୁନଶ୍ଚ ବର୍ତମନର ଜିଲାପରିଷଦ ଆଉ ୨ଲକ୍ଷ ୫୦ହଜାର ଓ ଜିଆଇ ପଣ୍ଡରୁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଥିବାବେଳେ ମୋଟ ୭ଲକ୍ଷ ମଂଜୁର କରାଯାଇଥିବାବେଳେ ଅଦ୍ୟାବଧି କାର୍ଯ୍ୟ ଆରମ ହୋଇନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛିକି କାହା ପ୍ରରୋଚନାରେ ଏହି କାର୍ଯ୍ୟ ଆରମ୍ଭ ନହୋଇ ପଡ଼ି ରହିଛି । ବିଭିନ୍ନ ସମୟରେ ବଡ଼ ବଡ଼ ନେତାଠାରୁ ଆରମ୍ଭ କରି ସରକାରୀ ଦଳର ଅଫିସରମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଗାନ୍ଧୀଙ୍କ ବେକରେ ଫଲମାଳ ଦେଇ ଚାଲିଯାଉଥିବାବେଳେ ସତେ ଯେପରି ନଜର ପଡ଼େନି ଗାନ୍ଧୀଙ୍କର ପରିସ୍ଥିତି ଉପରେ । କେତେବେଳେ ଛେଳିତ କେତେବେଳେ କୁକୁର ଗାନ୍ଧୀଙ୍କ ପ୍ରତିମୁର୍ତୀ ଉପରେ ଚଢି ପରିସ୍ରା କଲାଣିତ କେତେବେଳେ ଝାଡ଼ା କଲାଣି ପୁଣି କେତେବେଳ ଗାଇଗୋରୁ ଝାଡ଼ା ଫେରିଲେଣି । ଏଥି ସହିତ ଗାନ୍ଧୀଙ୍କ ପ୍ରତିମୁର୍ତଟିରେ ଫାଟ ସୃଷ୍ଟି ହେବା ସହିତ ପୀଠଟି ଫାଟି ଆଁ କଲାଣି । ଜାତିର ପିତା ସାରା ଦେଶ ସମ୍ମାନ ଜଣାଉଥିବାବେଳେ ଏଠାରେ ବର୍ଷକରେ ୩ଥର ମନେ ପଡ଼ନ୍ତି ବାପୁ । ଚଳିତ ବର୍ଷ ସ୍ୱାଧିନତା ଦିବସ ପ୍ରସ୍ତୁତି ବୈଠକରେ ନୂତନ ଗାନ୍ଧୀ ପ୍ରତିମୁର୍ତୀ ସହିତ ସ୍ମୃତି ପୀଠ ନିର୍ମାଣ ପାଇଁ ହୋ ହାଲା ହୋଇଥିଲା । ବିଡିଓଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା । ବିଡିଓ ଏହାକୁ ଦୃଢତାର ସହିତ ଖୁବ କମ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ କନିଷ୍ଟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଖୁସୀ ଦେଖିବାକୁ ମିଳିଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ୫ଦିନ ପୂର୍ବରୁ ବିଡିଓ ସାଗର କୁମାର ନନ୍ଦ ଜଗତସିଂହପୁର ଜିଲାର ବାଳଇକୁଦାକୁ ବଦଳି ହୋଇଥିବାବେଳେ କନିଷ୍ଠ ଯନ୍ତ୍ରୀଙ୍କ ଦଶପଲା ବ୍ଳକକୁ ବଦଳି ହୋଇଯାଇଛି । ତେବେ ବିଡିଓଙ୍କ କଥା କାର୍ଯ୍ୟରେ ପରିଣତ ହେବ କି ପୂର୍ବଭଳି ଯଥାପୂର୍ବ ତଥା ପରଂ ଭଳି ରହିଯିବନି ତ ? ତେବେ ଦୀର୍ଘଦିନଧରି ଗାନ୍ଧୀପୀଠକୁ ପୁନରୁଦ୍ଧାର କରାଯାଇ ନୂତନଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ଏଥିରେ କାହା ସ୍ୱାର୍ଥରେ ବାଧା ସୃଷ୍ଟି ହେଉଛି ବୋଲି ସାଧାରଣରେ ଦାବୀ ହେଉଛି । ତେବେ ଏ ନେଇ ନେତାଠାରୁ ଆରମ୍ଭ କରି ସରକାରୀ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ େଉଛି । ଦେଖିବାକୁ ବାକି ରହିଲା କେବେ ହେଉଛି ଗାନ୍ଧୀ ପୀଠର ନବୀକରଣ ?
