ରାମଗୋପାଲ ବର୍ମାଙ୍କୁ ହାଇକୋର୍ଟଙ୍କ ଝଟକା

ରାମ ଗୋପାଳ ବର୍ମା ତାଙ୍କ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ପୁଣି ଥରେ ବିବାଦରେ ଫସିଛନ୍ତି ରାମ ଗୋପାଳ। ଫିଲ୍ମ ‘ବ୍ୟୁହମ୍’ବହୁ ଦିନ ଧରି ବିବାଦରେ ରହିଥିଲା । ଏହି ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିବାଦ କାରଣରୁ ଫିଲ୍ମଟି ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ତେଲେଙ୍ଗାନ ହାଇକୋର୍ଟ ଫିଲ୍ମ ‘ବ୍ୟୁହମ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଫିଲ୍ମ ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା । ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି । ଯେଉଁଥିରୁ ନକ୍ରରାତ୍ମକ ଭାବେ ସବୁ ଦର୍ଶାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ ।

ସିନେମା ‘ବ୍ୟୁହମ୍’ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜାଶେଖର ରେଡ୍ଡୀଙ୍କ ଦେହାନ୍ତ ବେଳର ଘଟଣା ରହିଛି । ଯେଉଁଥିରେ ନାଇଡୁଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ହେଲେ ହାଇକୋର୍ଟରେ ପିଟିସନ ଦାଖଲ ପରେ ତେଲେଙ୍ଗାନା ହାଇକୋର୍ଟ ଏଥିରେ ରୋକ ଲାଗାଇଛନ୍ତି । ଏଥିସହ ଫିଲ୍ମକୁ ସେନସର ବୋର୍ଡ ସାର୍ଟିଫିକେଟ୍ ମିଳିଥିଲେ ବି ଏହାକୁ ରଦ୍ଧ କରିଛନ୍ତି ହାଇକୋର୍ଟ । ଏବେ ମାମଲାର ପରବର୍ତୀ ଶୁଣାଣୀ ଜାନୁୟାରୀ ୧୧ ତାରିଖରେ ହେବ ।ଏହି ଫିଲ୍ମରେ ତାଙ୍କ ନେତା ଓ ଦଳର ନାମ ବ୍ୟବହାର କରାଯାଇଛି ବୋଲି ନାରା ଲୋକେଶ ତାଙ୍କ ଆବେଦନରେ ସ୍ପଷ୍ଟ ଭାବେ ଉଲକଲେଖ କରିଛନ୍ତି । ତାଙ୍କୁ ଫିଲ୍ମ ମାଧ୍ୟମରେ ଖୋଲାଖୋଲି ବଦନାମ କରାଯାଉଛି ବୋଲି ମଧ୍ୟ କହିଛନ୍ତି ।