ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । 

ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା ।ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମିରଟ ସମେତ ଉତରପ୍ରଦେଶର ୮ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ ।

ଅରୁଣ ବିଜେପି ପ୍ରାର୍ଥୀ ହେବା ପରେ ସୁନୀଲ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ଅରୁଣଙ୍କୁ ନେଇ ମୁଁ ବହୁତ ଖୁସି। ଲାଗୁଛି ମୋ ପରିବାରର କାହାକୁ ଦେଶସେବା ପାଇଁ ସୁଯୋଗ ମିଳିଛି। ମୁଁ ଅରୁଣଙ୍କୁ ଶୁଭକାମନା ଏବଂ ଅଭିନନ୍ଦନ ଜଣାଉଛି। ଅରୁଣ ନିଶ୍ଚିତ ଭାବେ ତାଙ୍କର ପ୍ରତି କାର୍ଯ୍ୟରେ ନ୍ୟାୟ କରିବେ ତାରଣ ତାଙ୍କ ମଧ୍ୟରେ ଶ୍ରୀରାମଙ୍କ ଉପସ୍ଥିତି ରହିଛି। ତେବେ ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା । ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲେ ।