ରାମାୟଣ ନାଟକ ପ୍ରଦର୍ଶନରେ ଅଶ୍ଳୀଳତା ଅଭିଯୋଗ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତାଙ୍କ ଗାଥାକୁ ନେଇ ରାମାୟଣ ନାଟକ ପରିବେଷଣ କରାଯାଉଥିବା ବେଳେ ଏହି ଚରିତ୍ରରେ ଥିବା କଳାକାରଙ୍କୁ ନେଇ ଲୋକଙ୍କ ଭିତରେ ଧର୍ମୀୟ ଭାବନା ରହିଥାଏ । ହେଲେ ରାମାୟଣ ନାଟକ ପରିବେଷଣ ବେଳେ ଦେଖିବାକୁ ମିଳିଛି ଅଶ୍ଲୀଳତା । ତିନିଦିନ ତଳେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ନୂଆ ମୌଳାଭଣଞ୍ଜାରେ ହୋଇଥିବା ଜିଉରା ଏବଂ ଚିକିଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାମାୟଣରେ ରାବଣ ଓ ସୀତାଙ୍କ ମଧ୍ୟରେ ଟଣା ଓଟରା ଦୃଶ୍ୟ ଏବଂ ମଞ୍ଚରେ ସୀତାଙ୍କ ଆପତ୍ତି ଜନକ ଦୃଶ୍ୟ ପ୍ରଦର୍ଶନ କରିଥିଲେ ରାବଣ |ଏହା ସହ ସଂସ୍କୃତିକୁ ନଷ୍ଟ କଲା ଭଳି ଅଶ୍ଲୀଳତା, ଆଇଟମ୍ ଡ୍ୟାନ୍ସ ଓ ବିପଦଜନକ ଷ୍ଟଣ୍ଟ୍ ମଧ୍ୟ ଥିଲା । ଏହା ସହ ଅସୁରକୁ ମଞ୍ଚରେ କ୍ରେନ, ଥର ଗାଡିରେ ଅଣାଯିବା ସହ ସାଉଣ୍ଡ ଏବଂ ବାଣ ଫୁଟାଇ ପ୍ରଦୂଷଣ କରାଯାଇଥିଲା l ନିଶା ମହାରଣା ଅତି ରଂଜିତ ଭାବେ ନାଚ ପ୍ରଦର୍ଶନ କରିଥିଲେ l ନଗ୍ନ ଦୃଶ୍ୟ ପରିବେଷଣ କରିଥିଲେ l ନାଟକ ୨୪ ଘଣ୍ଟା ଅଭିନୟ ପାଇଁ ଚୁକ୍ତିନାମା ହୋଇଥିଲେ ହେଁ ୬୦ ଘଣ୍ଟା କାଳ ପରିବେଷଣ କରି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା । ଉଭୟ ଦଳ କୋଡିଏରୁ ଊଦ୍ଧ୍ୱର୍ ଆଇଟମ ଡ୍ୟାନ୍ସର ସହ ୫୦ରୁ ଅଧିକ କିନ୍ନରଙ୍କୁ ମଞ୍ଚରେ ନଚାଇଥିଲେ । ଏଭଳି ପରିବେଷଣ ରାମାୟଣ ସଂସ୍କୃତିକୁ ବଦନାମ କରିଥିବା ଅଭିଯୋଗ ହୋଇଛି ।
