ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ଗଣିଆ .(ବିଶ୍ବରଂଜନ ସେଠି)ବୁଧବାର ଅପରାହ୍ନ୍ନରେ ଗଣିଆ ବ୍ଳକ ମିଶନ ଶକ୍ତି ସଭାଗୃହରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ଆଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିôତଭାବେ ବିଡିଓ ପ୍ରତିବାଳା ରଣା ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତାଭାବେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଧୁସୁଦନ ଦାଶ ଓ ସମ୍ମାନ୍ଖଚ୍ଛ ଅତିଥିଭାବେ ସହକାରୀ ବ୍ଳକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ବେହେରା, ମିଶନଶକ୍ତି ବିପିସି ପ୍ରଭାକର ଦାଶ, ସୁପରଭାଇଜର କଳ୍ପନା ମିଶ୍ର ଯୋଗଦାନ କରିଥିବାବେଳେ ରାଷ୍ଟ୍ରୀୟ ପୋଷଣର ବ୍ଳକ ସଂଯୋଜିକା ଶର୍ମିଷ୍ଠା ଶତପଥି ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୭୦ରୁ ଉର୍ଦ୍ଧ ମହିଳା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ୩୦ଦିନ ଧରି ଚାଲିଥିଲା । ଏହି ମାସ ପାଳନର ମୂଳ ଲକ୍ଷ ଶିଶୁମାନଙ୍କର ରକ୍ତହନତା ଦୁର କରିବା ମୂଳ ଲକ୍ଷ ବୋଲି ମୁଖ୍ୟବକ୍ତାଭାବେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଧୁସୁଦନ ଦାଶ କହିଥିଲେ । ମାର ଗର୍ଭାବସ୍ଥା ଠାରୁ ଆରମ୍ଭ କରି ଶିଶୁର ଜନ୍ମର ୨ବର୍ଷ ର୍ପ୍ୟନ୍ତ ପ୍ରାୟ ୧୦୦୦ଦିନ ପର୍ଯ୍ୟନ୍ତ କିଭଳି ଭାବେର ଶିଶୁର ଯନ୍ô ନେଲେ ରକ୍ତ ହୀନତା ହେବ ନାହିଁ ସେ ବିଷୟରେ ଆଲୋଚନା କରାଯାଇଥିଲା ।

ରକ୍ତହିନତା, ହାତଧୁଆ ସ୍ୱଛତା ଆଦି ସଂପର୍କରେ ସଚେତନତା କରାଯାଇଥିଲା । ଏଥି ସହିତ ମୋ ଉପକାରୀ ବଗିଚା ସଂପର୍କରେ ଆଲୋଚନା କରାଯାଇଥିଲା । ବାଡ଼ିରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ଚାଷକରି ଶିଶୁମାନଙ୍କୁ ଖାଇବାକୁ ଦେବା ଓ ନିଜେ ଖାଇଲେ ତାହା ବିଭିନ୍ନମାରାତ୍ମକ ରୋଗରୁ ରକ୍ଷା କରିପାରିବ ବୋଲି ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅବସରରେ କିଶୋରୀ ବାଳିକା ଓ ଅଙ୍ଗନୱାଡ଼ି କେନ୍ଦ୍ର ପିଲାମାନଙ୍କ ମଧ୍ୟରେ ନାଚ ଗୀତର ପ୍ରତିଯୋଗିତା, ହାଇସ୍କୁଲ ଛାତ୍ରଛାତ୍ରଙ୍କ ମଧ୍ୟରେ ଶିଶୁମାନଙ୍କର ପୋଷଣ ସଂପର୍କରେ ବକ୍ତୁତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା । ବକ୍ତୁତାରେ ସୋନାଲି ରାଉତ ପ୍ରଥମ, ସୁକାନ୍ତ ଜେନା ୨ୟ, ସୁଧାଂଶୁ ଶେଖର ସାହୁ ୩ୟ, ପ୍ରବନ୍ଧରେ ସୋନାଲି ରାଉତ ପ୍ରଥମ, ମିରାବାଇ ସ୍ୱାଇଁ ୨ୟ, ସୁଚିତ୍ରା ଦାଶ ୩ୟ ଓ କୁଇଜରେ ସୁକାନ୍ତ ଜେନା ପ୍ରଥମ, ସୋନାଲି ରାଉତ ୨ୟ ଓ ମିରାବାଇ ୩ୟ ସ୍ଥାନ ଅଧିକାର କରିଥବବାବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।
