ରାସଙ୍ଗରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଜ୍ଞାନଯଜ୍ଞ ଉଦ୍‌ଯାପିତ

ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ରାସଙ୍ଗ ପଚାଂୟତ ରାସଙ୍ଗ ଗ୍ରାମବାସୀଙ୍କ ତରଫରୁ ସପ୍ତବିଂଶତମ ବିର୍ଷିକି ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଜ୍ଞାନଯଜ୍ଞ ଉଦଯାପିତ ହୋଇଯାଇଛି । ଗତ ଫେବୃୟାରୀ ୧୮ ତାରିଖରେ ଶୁଭାଧିବାସ ଅବସରରେ ଘଟ କଳସ ସ୍ଥାପନ କରାଯାଇଥିଲା । ଗତ ବୁଧବାରଠାରୁ ପ୍ରତ୍ୟହ ସକାଳୁ ସୂର୍ଯ୍ୟପୂଜା,ଗୋପୂଜା, ଭାଗବତ ପାଠ, ବାଳଗୋପାଳ ସେବା ,ବ୍ରାହ୍ଣଣ ସେବା , ସାଧୁସେବା ,ଠାକୁର ଆଳତି ,ଦୀପଯଜ୍ଞ, ପ୍ରବଚନ କାର୍ଯ୍ୟକ୍ରମ ଓ ଧର୍ମୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭାଗବତ ସପ୍ତାହ ପାରାୟଣରେ ବ୍ୟାସଭାବେ ପ୍ରଶାନ୍ତ କୁମାର ମିଶ୍ର ପାରାୟଣ ପରିଚାଳନା କରିଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପ୍ରବଚନ କାର୍ଯ୍ୟକ୍ରମରେ ଓଡିଶାର ସୁନାମଧନ୍ୟ ପ୍ରବକ୍ତା ବସନ୍ତ କୁମାର ପଣ୍ଡା, ଦେବରାଜ ଦାଶ, ଆଦି ସୁନାମଧନ୍ୟ ପ୍ରବକ୍ତା ପ୍ରବଚନ କାର୍ଯ୍ୟକ୍ରମ କରାଯାଉଥିଲା । ଆସନ୍ତା କାଲି ଗୁରୁବାର ଅଷ୍ଟପ୍ରହରୀ ନାମଯଜ୍ଞର ଶୁଭାଧିବାସ ଶୁକ୍ରବାର ଅଷ୍ଟପ୍ରହରୀ ନାମଯଜ୍ଞ ଓ ଶନିବାର ନଗର କୀର୍ତନ ହେବ ବୋଲି କମିଟି ତରଫରୁ ସୁଚନା ମିଳିଛି ।