ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆଉ ୨ ମାସ ବଢ଼ିଲା ଇ-କେୱାଇସି ଅବଧି

ରାସନ କାର୍ଡ ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର । ଆହୁରି ୨ ମାସ ବଢିଇଛନ୍ତି ରାସନ୍ କାର୍ଡ ଇ-କେୱାଇସି ଅବଧି । ଆଜି ଶେଷ ହେଉଥିଲା ଇ -କେୱାଇସି ଅବଧି । ପେବୃଆରି ମାସ ଯାଏଁ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ୯୬ ପ୍ରତିଶତ ହିତାଧିକାରୀ ଇ – କେୱାଇସି କରିସାରିଲେଣି । ବଳକା ୪ ପ୍ରତିଶତ ଇ – କେୱାଇସି କରିନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ହିତାଧିକାରୀ ଇ-କେୱାଇସି ଭରିଦିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି । ସେପଟେ ଏପର୍ଯ୍ୟନ୍ତ ୮ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ ହୋଇଥିବା କଥା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।