ରାସ୍ତାରେ ପାଠ ପଢ଼ିଲେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର

ରାସ୍ତାରେ ପାଠ ପଢ଼ିଛନ୍ତି ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍‌ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରୀଛାତ୍ର ରାସ୍ତାରେ ବସି ପଢ଼ିଛନ୍ତି। ସୂଚନାନୁଯାୟୀ, କିଛି ଦିନ ତଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ କ୍ଲାସରୁମ୍ ସିଲିଂ ଖସି ପଡିବାରୁ ଛାତ୍ରଛାତ୍ରୀମାନେ ମରାମତି ପାଇଁ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ହେଲେ ରେଜିଷ୍ଟ୍ରାର କୌଣସି ପଦକ୍ଷେପ ନେଇନଥିଲେ। ଆଜି ଓଡ଼ିଆ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ଯାପକଙ୍କ ସହ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ବହିଖାତା ଧରି ପାଠ ପଢିବା ସହ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ। ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି।