ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ

କୋଣାର୍କ:-10/02/2026 -ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ। କୋଣାର୍କ କାକଟପୁର ମୁଖ୍ୟ ରାସ୍ତାର ରେଡ଼ିଓ ନମସ୍କାର ଅଫିସ ସମ୍ମୁଖରେ ବାଲିଦୋକାନ ରୁ କୋଣାର୍କ ଅଭିମୁଖେ ଯିବା ବେଳେ ସ୍କୁଟିରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।ସୂଚନା ଥାଉକି କୋଣାର୍କ ଥାନା ଅନ୍ତର୍ଗତ ତଇଲ ଗ୍ରାମର ଅବନୀ ଭୂଷଣ ବେହେରା ନିଜ କାମ ସାରି ଘରକୁ ଫେରିବା ସମୟରେ ହଟାତ ସେ ଜାଣିବାକୁ ପାଇଲେ ଯେ ଗାଡ଼ି ରେ ନିଆଁ ଲାଗିଯାଇଛି। ସେ କିଛି ବିଚାର ନକରି ଗାଡ଼ି ଓହ୍ଲାଇ ପଡ଼ିଥିଲେ। ଅତି କମ ସମୟରେ ଗାଡ଼ି ଟି ସମ୍ପୂର୍ଣ ଯଲିଯାଇଥିଲା, ଖବର ପାଇ ସଙ୍ଗେ ସଙ୍ଗେ ଚମ୍ପାହାର ଦମକଳ ଗାଡ଼ି ପହଞ୍ଚିବା ବେଳକୁ ଗାଡିଟି ସମ୍ପୂର୍ଣ ଜାଳିପୋଡି ପାଉଁଶ ହୋଇଯାଇଥିଲା।