ରାସ୍ତା କଡ଼ରେ ଯୁବକଙ୍କ ମୃତ ଦେହହତ୍ୟାକାରୀଙ୍କୁ ଧରିବାକୁ ବୁଲିଲା ସନ୍ଧାନୀ କୁକୁର

ଚନ୍ଦାହାଣ୍ଡି- ତା 24.08(ନି.ପ୍ର)ରାସ୍ତା କଡ଼ରେ ହତ୍ୟା କରି ଫିଙ୍ଗିଲେ ଯୁବକକୁ l ନୃସଂଶ ଭାବେ ହତ୍ୟା କଲେ ହତ୍ୟା ହତ୍ୟାକାରୀ l ନା ଥିଲା ଆଇନ୍ ର ଭୟ ନା ଥିଲା ମାନବିକତା l ଗାଁ ନିକଟ ଏକ ରାସ୍ତା କଡ଼ରେ ଗଦା ହୋଇଥିବା ବାଲି ଗଦାରେ ପଡ଼ିଥିଲା ଯୁବକଙ୍କ ମୃତ ଦେହ l ତେବେ ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଓ ରାସ୍ତାରୋକ ପ୍ରତିବାଦ ପରେ ଆଜି ପୋଲିସ ପକ୍ଷରୁ କୋରାପୁଟରୁ ସନ୍ଧାନୀ କୁକୁର ଆଣି ତଦନ୍ତ କରିବା ପରେ ପରିବାର ଲୋକ ରାସ୍ତା ରୋକ ରୁ ଅପସରି ଶାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା l

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ତେଲାତାଣ୍ଡି ଗ୍ରାମସ୍ଥ ରାସ୍ତା କଡ଼ର ଏକ ବାଲିଗଦାରେ ଫୁଣ୍ଡେଲପଡା ଗ୍ରାମର ମକରଧ୍ଵଜ ନାୟକ ନାମକ ଏକ ଯୁବକକୁ କେହି ହତ୍ୟାକରି ଫିଙ୍ଗି ଦେଇଥିଲେ l ଏହି ଖବର ପ୍ରସାରିତ ହେବାପରେ ଯୁବକଙ୍କ ପରିବାର ପକ୍ଷରୁ ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା l ତେବେ ଆଜି ଯୁବକଙ୍କ ବଡ଼ ଭାଇ ଭୁବେନ୍ଦ୍ର ନାୟକଙ୍କ ଅଭିଯୋଗ କୁ ଭିତ୍ତିକରି ଥାନାଧିକାରୀ ଯୁଗଳ କିଶୋର ସା ଚନ୍ଦାହାଣ୍ଡି ଥାନା କେସ ନଂ118/2025 ରେ ଏକ ମାମଲା ରୁଜୁକରି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ତେବେ ଯୁବକଙ୍କ ମୃତ୍ୟୁ ଏକ ସନ୍ଦେହ ଜନକ ମୃତ୍ୟୁ ହୋଇଥିବାବେଳେ ଏହାକୁ ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟା ଦର୍ଶାଇ ସଠିକ ତଦନ୍ତ ଓ ତୁରନ୍ତ ହତ୍ୟାକାରୀଙ୍କୁ ଛିହ୍ନଟ କରି ଗିରଫ ଦାବିରେ ପରିବାର ଲୋକେ ଅଡି ବସିଥିବା ବେଳେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଇ ତଦନ୍ତ ଆରମ୍ଭ କରିଛି l ତେବେ ଆଜି ସନ୍ଧାନୀ କୁକୁର ଶବ ପଡ଼ିଥିବା ସ୍ଥାନଠାରୁ ଗାଁର ବିଭିନ୍ନ ସ୍ଥାନକୁ ଅନୁସନ୍ଧାନ ପାଇଁ ପରିକ୍ରମା କରିଥିବା ବେଳେ ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି କିମ୍ଵା ହତ୍ୟାର କାରଣ ସମ୍ଵନ୍ଧରେ ଏଭଳି କିଛି ସଠିକ ତଥ୍ଯ ପାଇ ପାରି ନଥିଲା l ତେବେ ଥାନାଧିକାରୀ ଯୁଗଳ କିଶୋର ସା ଓ ତାଙ୍କ ଟିମ୍ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ଓ ଗାଁ ମଧ୍ୟରେ ବସବାସ କରୁଥିବା କିଛି ଲୋକଙ୍କୁ ହତ୍ୟା ସମ୍ପର୍କରେ ତଥା ମୃତ ଯୁବକଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ହାସଲ ପାଇଁ ପଚରା ଉଚରା କରିଥିବା ଦେଖିବାକୁ ମିଳିଥିଲା l ତେବେ ଖବର ଲେଖା ହେବା ସୁଦ୍ଧା ସାଇଣ୍ଟିଫିକ୍ ଟିମ୍ ଦ୍ଵାରା ଯାଞ୍ଚ କରି ମୃତ ଯୁବକଙ୍କ ମୃତ ଦେହ କୁ ଏକ ପଞ୍ଚନାମା ପ୍ରସ୍ତୁତ କରି ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପ୍ରେରଣ କରିଥିବା ଦେଖିବାକୁ ମିଳିଥିଲା l ତେବେ ଏହା ଏକ ସ୍ପର୍ଶକାତର ମାମଲା ହୋଇଥିବା ବେଳେ ତୁରନ୍ତ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବୀ ହେଉଛି l