ରାହାଙ୍କ ପ୍ରଥମ ଝଲକ ଦେଖାଇଲେ ଆଲିଆ ଭଟ୍ଟ-ରଣବୀର କପୂର

ଆଲିଆ ଭଟ୍ଟ-ରଣବୀର କପୂରଙ୍କ ଝିଅ ରାହାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି |ଖ୍ରୀଷ୍ଟମସ ଅବସରରେ ରାହଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି। ଆଉ ପ୍ରଥମ ଥର ରାହାଙ୍କୁ ଦେଖି ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ରଣବୀର ଏବଂ ଆଲିଆ ନିଜ ନହ୍ନିସି ଜାନ ବିଷୟରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରଣବୀର ଏବଂ ଆଲିଆ କିପରି ରାହାଙ୍କୁ ନିଜ କୋଳରେ ନେଇ ପାପାରାଜିଙ୍କୁ ଭେଟିବା ପାଇଁ ଆଣିଛନ୍ତି। ରାହାଙ୍କ ନୀଳ ରଙ୍ଗର ଆଖିକୁ ନେଇ ରାଜ କପୂରଙ୍କ କଥା ମନେଇପକାଇଛନ୍ତି ଫ୍ୟାନ୍ସ।

ଆହୁରି ମଧ୍ୟ ଅନେକ ଋଷିଙ୍କ ସହ ମଧ୍ୟ ତାଙ୍କର ତୁଳନା କରୁଛନ୍ତି। ତେବେ ସେ ଯାହାବି ହେଉ ଫ୍ୟାନ୍ସମାନେ ରାହାଙ୍କ ଝଲକ ଦେଖି ବେଶ୍‌ ଖୁସି ହୋଇଛନ୍ତି। ରାହା ଦେଖିବାକୁ ମଧ୍ୟ ବହୁତ କ୍ୟୁଟ୍‌ ଏବଂ ତାଙ୍କର ଏହି ଝଲକରୁ ଏହା ସ୍ପଷ୍ଟ ଯେ, ଆଗାମୀ ସମୟରେ ସେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ହେବେ। ରାହାଙ୍କ ଜନ୍ମ ୨୦୨୨ ନଭେମ୍ବର ୬ରେ ହୋଇଥିଲା।