ରିଲିଜ୍‌ ହେଲା କିଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’

ଗୁରୁବାର ମୁକ୍ତିଲାଭ କରିଛି ଶାହରୁଖ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’ । ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମ ଥର ଶାହରୁଖ୍‌-ହିରାନି ଏକାଠି କାମ କରିଛନ୍ତି ।‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଅନ୍ୟତମ ଚର୍ଚିତ ଫିଲ୍ମ ହେବାକୁ ଯାଉଛି |ଦର୍ଶକଙ୍କୁ ଥିଏଟରଙ୍କୁ ଟାଣିବା ପାଇଁ ଏହି କାରଣ ଯଥେଷ୍ଟ । ଫିଲ୍ମ ରିଲିଜ୍‌ ପୂର୍ବରୁ ନିର୍ମାତା ତା’ର କାହାଣୀ ବିଷୟରେ କୌଣସି ପ୍ରୋମୋ ଜାରି କରିନଥିଲେ ।ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍‌ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି ସମୀକ୍ଷକମାନେ ଅନୁମାନ କରିଛନ୍ତି।ତେବେ ଡଙ୍କିକୁ ମିଳିଛି ୟୁ/ଏ ସାର୍ଟିଫିକେଟ।

ଏହାର ସମୟ ୧୬୧ ମିନିଟ ରହିଛି। ଚଳଚ୍ଚିତ୍ରରେ ତାପସୀ ପନ୍ନୁ, ବିକ୍କି କୌଶଲ, ବୋମନ ଇରାନୀ, ବିକ୍ରମ କୋଚାର, ଅନିଲ ଗ୍ରୋଭର ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି।ସିନେମାର କାହାଣୀ ପୁଣିଥରେ ପ୍ରେମରେ ପଡ଼ିବାକୁ , କାନ୍ଦିବାକୁ, ହସିବାକୁ ବାଧ୍ୟ କରୁଛି। ଏହା ଅନ୍ୟ କୌଣସି ସିନେମାଠାରୁ ପ୍ରଭାବିତ ହୋଇନାହିଁ। ଡାଏଲଗ୍‌ଗୁଡ଼ିକ ହୃଦୟ ଜିତିବା ସହ ଭାବୁକ କରୁଛି।ବର୍ଷ ଶେଷରେ ‘ଡଙ୍କି’ ଜରିଆରେ ବିଶ୍ୱ ବକ୍ସ-ଅଫିସ୍‌ରେ ପୁଣି ଥରେ ଦବ୍‌ଦବା ଜାରି ରଖିବାକୁ ଶାହରୁଖ୍‌ ଖାନ୍‌ ଲକ୍ଷ୍ୟ ରଖିଛନ୍ତି ।