ରିଲ୍ସ ବନାଇବା ପ୍ରେମ। ୧୧,୦୦୦ ଫାଇନ ଗଣିଲେ
ଛାଡ଼ିଗଲା ଏବେ ସ୍ୱାମୀ- ସ୍ତ୍ରୀଙ୍କ ରିଲ୍ସ ପ୍ରେମ। ଚଳନ୍ତା ଗାଡ଼ିରେ କୋଳରେ ବସାଇ କରୁଥିଲେ ରିଲ୍ସ। ଚାଲାଣ ବିଭାଗ କାଟିଦେଲା ମୋଟା ଅଙ୍କର ଫାଇନ୍।ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି । ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା କରିଛି ।ସୂଚନା ଥାଉକି, ସମ୍ବଲପୁର ରେଢାଖୋଲ ୫୫ନଂ ଜାତୀୟ ରାଜପଥରେ ସ୍ୱାମୀ, ସ୍ତ୍ରୀ ଓ ୪ ଜଣ ଜଣ ଶିଶୁଙ୍କ କାରରେ ଯାଉଥିଲେ । କାରଟି ଚାଲୁଥିବା ବେଳେ ସ୍ତ୍ରୀ ଓ ୪ ଶିଶୁ ବିନା ସିଟ୍ ବେଲ୍ଟରେ ମୋବାଇଲରେ ରିଲ୍ସ କରୁଥିଲେ । ତେବେ ଜଣେ ବ୍ୟକ୍ତି ଏହାକୁ ଦେଖି ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ରାଜ୍ୟ ପରିବହନ ବିଭାଗକୁ ଟ୍ୟାଗ୍ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।ଅଭିଯୋଗ ପରେ, ରାଜ୍ୟ ପରିବହନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ମାଲିକଙ୍କୁ ଏକ ନୋଟିସ ପଠାଇଛି । ମୋଟର ଯାନ ଆଇନ ଅନୁଯାୟୀ ₹ ୧୧,୦୦୦ ଜରିମାନା ଆଦାୟ କରାଯାଇଛି।
କୁହାଯାଉଛି ଯେ କାର ମାଲିକ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କାରଣ ସମସ୍ତ ଯାତ୍ରୀ ଗାଡ଼ି ଚଲାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।ସେପଟେ ଏତେ ବଡ ଫାଇନ ଦେବା ପରେ ନିଜର ଭୁଲ ମାଗିଛନ୍ତି ଇନଫ୍ଲୁଏନ୍ସର । ଆଉ ଏପରି ଭୁଲ କରିବେନି ବୋଲି ପ୍ରତିଶୃତି ଦେବା ସହ ଅନ୍ୟମାନଙ୍କୁ ନକରିବାକୁ ଅନୁୋରଧ କରିଥିଲେ ।
