ରିୟାଙ୍କ ବିରୋଧରେ ଘରୋଇ ସହାୟିକା କରିଥିବା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର 

ଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ଥାନାର ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା।ରିୟା ଓ ତାଙ୍କ ସ୍ବାମୀ ମାନସିକ ଓ ଶାରିରୀକ ନିର୍ୟାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଘରୋଇ ସହାୟିକା। ଯୁବତୀ ଜଣକ କେୟାର ଟେକର ଭାବେ କାମ କରୁଥିଲେ।

ରିୟାଙ୍କ ସ୍ବାମୀ ମଦ ବୋତଲରେ ତାଙ୍କୁ ବାଡ଼େଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଯୁବତୀ ଜଣକ ରିୟାଙ୍କ ଘରୁ ଖସି ପଳେଇ ଆସି ଥାନାରେ ଅଭିଯୋଗ କରିଥିଲେ। ଦେଢ଼ ବର୍ଷ ହେବ ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଅଭିନେତ୍ରୀ ରିୟା, ଯୁବତୀ ଜଣଙ୍କୁ ବାହାର ପଟି ତାଲା ପକାଇ ରଖୁଥିବା ଭଳି ସାଘାଂତିକ ଅଭିଯୋଗ କରିଛନ୍ତି ଯୁବତୀ।ରିୟା ତାଙ୍କୁ ୮ହଜାର ଟଙ୍କା ସହ ଭରଣପୋଷଣ ଦେବା ପାଇଁ ଚୁକ୍ତି କରିଥିଲେ। ହେଲେ କିଛିଦିନ ତଳେ ବର୍ଷା ତାଙ୍କ ପୈତୃକ ଘରକୁ ଯିବାକୁ କହିବାରୁ ରିୟା ବାରଣ କରିଥିଲେ। ଏପରିକି ରିୟା ତାଙ୍କୁ ମାଡ଼ମାରି ଘରେ ବନ୍ଦ କରିଦେଇଥିଲେ। ରିୟା ତାଙ୍କୁ ଦିନକୁ ୨୦ ଥର ଉଠ୍‌ବସ୍‌ କରାଉଥିଲେ।