ରେଇ ସିଣ୍ଡ୍ରୋମ କ’ଣ?ଶୁଭୋଜିତ ଏହି ରୋଗରେ ପୀଡ଼ିତ ଥିଲା ।

୫ବର୍ଷରୁ ନେଇ ୧୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ରେଇ ସିଣ୍ଡ୍ରୋମ ହୋଇଥାଏ । ଜ୍ୱର ହୋଇ ଭଲ ହୋଇଥିଲେ ତିନିରୁ ଚାରିଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖାଦିଏ । ଏହି ରୋଗ ହେଲେ ରୋଗୀ ଶରୀରରେ ସୁଗାର ସ୍ତର ହ୍ରାସ ପାଇଥାଏ । ଏପରିକି ରକ୍ତରେ ଆମୋନିଆ ଓ ଏସିଡିଟି ବଢ଼ିବା ସହ ମେଦ ବହୁଳତା ବୃଦ୍ଧି ପାଇଥାଏ । ସେହିପରି ମସ୍ତିଷ୍କ ଫୁଲିବା ସହ ଲିଭର ଉପରେ ପ୍ରଭାବ ପଡ଼େ ।ପରେ ଏହା ଫ୍ୟାଟି ଲିଭରକୁ ରୂପାନ୍ତରିତ ହୁଏ । ରୋଗୀ ବାଉଳିବା ସହ ବାନ୍ତି ହୁଏ । ବାତ ଭଳି ଲକ୍ଷଣ ଦେଖାଦିଏ |

ତେବେ ପ୍ରାରମ୍ଭରୁ ଭାଇରାଲ ଜ୍ୱର ବା ଇନଫ୍ଲୁଏଞ୍ଜା ହେଲେ ଡାକ୍ତର ଦେଖାଇ ଚିକିତ୍ସା କରିନିଅନ୍ତୁ । ଜ୍ୱର ହେଲେ ବେଳେବେଳେ ପିଲାମାନେ ଆସ୍‌ପ୍ରିନ ଖାଉଛନ୍ତି । ତାକୁ ଖାଇଲେ ଲିଭର୍‌ ନଷ୍ଟ ହୋଇ ମସ୍ତିଷ୍କ କ୍ଷତିଗ୍ରସ୍ତ ହେଉଛି । ତାକୁ ରେଇ ସିଣ୍ଡ୍ରୋମ କୁହାଯାଏ । ତେଣୁ ଥଣ୍ଡା ଜ୍ୱର ହେଲେ ଆସ୍‌ପ୍ରିନ ନ ଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି ସେ କହିଛନ୍ତି ।