ରେକର୍ଡ ଭାଙ୍ଗିଲା ଓଡ଼ିଶା: ପ୍ରଦୂଷଣରେ ତାଳଚେର ନମ୍ବର ୧
ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । । ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ଅନୁଗୋଳରେ AQI ୩୨୯, ବାରିପଦାରେ AQI ୩୨୪, କଟକରେ AQI ୩୦୪ ଓ ଭୁବନେଶରର AQI ୩୦୨ ରହିଛି।ଲଗାତାର ଭାବେ ଓଡ଼ିଶାରେ ଏଭଳି ବାୟୁ ପ୍ରଦୂଷଣ ପୂର୍ବରୁ କେବେ ନଥିଲା । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ଓ ପରିବେଶ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।
