ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରା ହତ୍ୟା ଘଟଣା

ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା । ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ ହେଲା ମାମଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ ବୋଲି ସୂଚନା ରହିଛି । ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ।ସେପଟେ ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରୀୟଦର୍ଶନିଙ୍କ ମୃତ୍ୟୁ ମାମଲାରେ ପୁନଃ ତଦନ୍ତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁଣ୍ଟୁଣୀ ଥାନାକୁ ଉକ୍ତ ମାମଲାର ଫାଇଲ ଓ ଅନ୍ୟ କାଗଜ ପତ୍ର କମିସନରେଟ ପୋଲିସ୍ ମାଗିଥିବା ସୂଚନା ମିଳିଛି । ସେପଟେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନା କୁ ଆସିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା । ଅତି ସହଜରେ ସେଦିନ ସେ କାମ କରିଥିଲା । ଆଉ ସେଦିନ ହତ୍ୟା ପରେ ଘଟଗାଁର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲା । ଶୁଭମିତ୍ରାଙ୍କୁ ହତ୍ୟା କରିବାର ସପ୍ତାହେ ପୂର୍ବରୁ ମାଉସୀ ପୁଅ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା ଦୀପକ । ଆବଶ୍ୟକତା ପଡିଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଖୋଳ ତାଡ଼ କରିପାରେ କମିସନରେଟ ପୋଲିସ ।