ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ କମାଇପାରେ
ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି ଏସ୍ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି । ଆଜିଠୁ ଗଭର୍ଣ୍ଣର ସଞ୍ଜୟ ମାଲ୍ହୋତ୍ରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ବସିବ । ଭାରତର ରପ୍ତାନି ଉପରେ ଆମେରିକା ୫୦% ଟାରିଫ ଲଗାଇଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ୩ ଦିନିଆ ବୈଠକରେ ମାନସ ମନ୍ଥନ କରିବ କେନ୍ଦ୍ରୀୟ ବ୍ୟାଙ୍କ । ଅକ୍ଟୋବର ୧ରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ନିଷ୍ପତ୍ତି ଘୋଷଣା କରିବ । ବଜାରର ବିଭିନ୍ନ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି କେନ୍ଦ୍ରିୟ ବ୍ୟାଙ୍କ । ଏଭଳି ସ୍ଥିତିରେ ରେପୋ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି କହିଛି ଏସ୍ବିଆଇ ।
