ରେସଲର ଭିନେଶ ଏବଂ ବଜରଙ୍ଗ କଂଗ୍ରେସରେ ଯୋଗ ଦେଇଛନ୍ତି

ରେସଲର ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ବୁଧବାର ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଆସନ୍ତା ମାସ ହରିୟାଣା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣାଯାଉଛି। ରାହୁଲ ଗାନ୍ଧୀଙ୍କୁ ଉଭୟ ଭେଟିଥିବା ଜଣାପଡ଼ିଛି। ରାହୁଲଙ୍କ ସହ ଭେଟଘାଟ ପରେ ଉଭୟ ନିର୍ବାଚନ ଲଢିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଆସନ୍ତା ମାସରେ ହରିୟାଣରେ ବିଧାନସଭା ନିର୍ବାଚନ ହେବ।

ଗତ ଶନିବାର କୃଷକଙ୍କ ଆନ୍ଦୋଳନର ୨୦୦ ଦିନ ପୂରଣ ହେବା ପରେ ବିନେଶ ଫୋଗତ ଚାଷୀଙ୍କୁ ଭେଟି ସମବେଦନା ଜଣାଇଥିଲେ।ଜନନାୟକ ଜନତା ପାର୍ଟିର ଅମରଜିତ ଧାଣ୍ଡାଙ୍କ ଏବେ ଯେଉଁ ଜୁଲାନା ଆସନରେ ଅଛନ୍ତି ଫୋଗଟ୍‌ ସେହି ଆସନ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ପୁନିଆଙ୍କ ସମ୍ଭାବ୍ୟ ଆସନ ଏବେ ବି ଅସ୍ପଷ୍ଟ ରହିଛି।