ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍
ରାଜଧାନୀର ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକା HIV ପଜିଟିଭ୍ । ପୋଲିସ ଖୋଜିବ ଗ୍ରାହକଙ୍କ ଠିକଣା ।ସମସ୍ତଙ୍କର HIV ପରୀକ୍ଷା ମଧ୍ୟ କରାଯିବ ।ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ । ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଫିଟିଛି ଅସଲ ଗୁମର । ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବା ସୂଚନା ଲାଗିଛି କମିଶନରେଟ ପୋଲିସ ହାତରେ । ଅନ୍ୟପଟେ ମହିଳା ଆୟୋଗ ସଦସ୍ୟ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମହିଳା ଆୟୋଗ । ଆୟୋଗଙ୍କ ଏକ ସ୍ୱତନ୍ତ୍ର ଟିମ୍ କ୍ୟାପିଟାଲ ହସ୍ପିଟାଲର ସଖୀ ସେଣ୍ଟରକୁ ଯାଇ ପୀଡ଼ିତାକୁ ଭେଟିଛନ୍ତି । ଡାକ୍ତର ଓ ସଖୀ ସେଣ୍ଟର କର୍ମକର୍ତ୍ତାଙ୍କଠାରୁ ପୀଡି଼ତାର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।
