ଲଘୁଚାପଜନିତ ବର୍ଷା ନେଇ ଆଲର୍ଟରେ ସରକାର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ଦକ୍ଷିଣ ଓଡ଼ିଶାକୁ ରେଡ଼ ଆଲର୍ଟରେ ରଖାଯାଇଛି । ସେହିପରି ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରହିଛି ।
