ଲଘୁଚାପ ଜନିତ ବର୍ଷାରେ ବେହାଲ ଗଣିଆର ବିଭିନ୍ନ ଅଞ୍ଚଳଭାଙ୍ଗିଲା ବିଦ୍ୟାଳୟ ପାଚେରୀ ଓ ମନ୍ଦିର ଦଧୀନଉତି, ବିଦ୍ୟାଳୟ ପରିସରରେ ପାଣି ଲହଡି ମାରୁଛି
ଗଣିଆ – ଗତକାଲିଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନାହିଁ। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡିଛି। ବିଭିନ୍ନ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ଜମିବା ସହିତ ଘରଗୁଡିକରେ ମଧ୍ୟ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ବ୍ଲକର କିଶୋର ପ୍ରାସାଦ ପଂଚାୟତ କିଶୋର ପ୍ରାସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୦୦ ଫୁଟରୁ ଅଧିକ ପାଚେରୀ ଭାଙ୍ଗି ଚୁର ମାର ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ପୃଷ୍ଟି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳାରାମ ବେହେରା ବିଦ୍ୟାଳୟରେ ପହଂଚି ବିଦ୍ୟାଳର ସ୍ଥିତ ଅନୁଧ୍ୟାନ କରିଛନ୍ତି । ସେହିପରି ବିଜୁଳି ଘଡଘଡି ମାରି କିଶୋର ପ୍ରାସାଦ ନୃସିଂହ ମନ୍ଦିର ଦଧି ନଉତି ଭାଙ୍ଗିଯାଇଛି। ସେହିପରି ଇନ୍ଦିପଟା ଗ୍ରାମରେ ଥିବା ବିଦ୍ୟାଳୟ ଓ ବିଶ୍ୱନାଥ ମନ୍ଦିର ଚତୃପାର୍ଶ୍ୱରେ ବର୍ଷାପାଣି ପଶିଯିବାରୁ ଲୋକେ ଓ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ ଓ ଗୁହାଳ ଘରେ ଆଣ୍ଠୁଏ ବର୍ଷାପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଲଗାଣ ବର୍ଷା ଜାରି ରହିଥିବାବେଳେ ଲୋକେ ଏବେ ଆଶା ଆଶଙ୍କାରେ କାଳାତିପାତ କରୁଛନ୍ତି ।
