ଲଙ୍କାରେ ଏହିସବୁ ଜିନିଷ ଅଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାର ସାଧିତ।

ଖାଦ୍ୟର ସ୍ବାଦ ବଢ଼ାଉଥିବା ଲଙ୍କାରେ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର ଅଛି । ଆଣ୍ଟିଅକ୍ସିଡାଣ୍ଟପୂର୍ଣ୍ଣ ଲଙ୍କା ଆମ ଶରୀରର ମେଟାବୋଲିଜିମ୍ କ୍ଷମତାକୁ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଏ। ସବୁଠୁ ମୁଖ୍ୟ କଥା ଯେ ଲଙ୍କା ସେବନ କଲେ ଆମ ଓଜନ ବି ନିୟନ୍ତ୍ରଣରେ ରୁହେ ।

ଭିଟାମିନ୍ ‘ଇ’ ଓ ଭିଟାମିନ୍ ‘ସି’ ଭରୂପର ଲଙ୍କା ଖାଇଲେ ଆମ ତ୍ବଚା ଉପରେ ମଧ୍ୟ ଭଲ ପ୍ରଭାବ ପଡ଼େ। ସବୁଜ ଓ ଲାଲ ଲଙ୍କା ପ୍ରତିଦିନ ତରକାରିରେ ମିଶାଇ ଖାଆନ୍ତୁ।

ସବୁଜ ଲଙ୍କାରେ ବିଟା-କ୍ୟାରୋଟିନ୍ ଅଛି। ତାହା ହୃଦ୍‌ଯନ୍ତ୍ରକୁ ଶକ୍ତି ଯୋଗାଇଥାଏ। ହୃଦ୍‌ରୋଗରୁ ରକ୍ଷା ପାଇବାକୁ ଚାହୁଁଥିବା ଲୋକ କଞ୍ଚା ଲଙ୍କାକୁ ସାଲାଡରେ ମିଶାଇ ଖାଇପାରିବେ।