ଲାଉ ଜୁସ୍‌ ନିୟନ୍ତ୍ରିତ କରେ ଉଚ୍ଚ ରକ୍ତଚାପ

ବଜାରରେ ଲାଉ ଚାହିଦା ରହିଛି। ଡାଇବେଟିସ ରୋଗୀଙ୍କୁ ଲାଉ ଖାଇବାକୁ ଡାକ୍ତର ପରାମର୍ଶ ଦେଉଥିବାରୁ ଅନେକ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି। କେବଳ ସେତିକି ନୁହେଁ ଲାଉ ବି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରେ। ଏଥିରେ ରହିଛି ୯୦ ପ୍ରତିଶତ ପାଣି ଓ ୧୦ ପ୍ରତିଶତ ଫାଇବର। କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ।

ଡାଇବେଟିସ୍‌ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଉ ଜୁସ୍‌ ବେଶ ଉପକାରୀ। ଡାଇବେଟିସ୍‌ ରୋଗୀ ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।