ଲାଞ୍ଚ ନେଇ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଅଧିକାରୀ
ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବକେୟା ଦରମା କରାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଏରିୟର ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଯାହାପରେ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ ବାଲିପଦର ଛକଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଚଢାଉ କରି ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ଦୁଇଟି ଘରେ ଏକକାଳୀନ ରେଡ୍ କରାଯାଉଛି ।
