ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର ବାବୁ
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର । ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ରସାୟନିକ ଲେପ ଥିବା ସମସ୍ତ ଟଙ୍କା ଜବତ କରାଯାଇଛି। ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ବାମରା ତହସିଲ କାର୍ଯ୍ୟାଳୟରେ ଏହି ଚଢ଼ଉ ହୋଇଥିଲା।
ସୂଚନା ଅନୁସାରେ, ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମିର କିସମ ପରିବର୍ତ୍ତନ କରି ମ୍ୟୁଟେସନ୍ କରିବାକୁ ଦୀର୍ଘ ଦିନ ହେଲା ଆବେଦନ କରିଥିଲେ। ଏହାକୁ ନେଇ ତହସିଲଦାର ଲାଞ୍ଚ ମାଗିଥିଲେ। ଏନେଇ ଭିକି ନାଏକ ସମ୍ବଲପୁର ଭିଜିଲାନ୍ସ ପାଖରେ ଏକ ଅଭିଯୋଗ କରିଥିଲେ। ସେ ଭିଜିଲାନ୍ସ ଠାରୁ ରସାୟନ ଯୁକ୍ତ ୧୫ ହଜାର ଟଙ୍କା ନେଇ ଆଜି ତହସିଲଦାରଙ୍କୁ ଦେଇଥିଲେ। ହେଲେ ତହସିଲଦାର ତାଙ୍କ ଗାଡ଼ି ଡ୍ରାଇଭରକୁ ଦେବାକୁ କହିଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ତେବେ ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
