ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ମାଲକାନଗିରି ଟିପିଏସଓଡିଏଲ ଜେଇ ପ୍ରଦେଶ ପ୍ରସାଦ ନାୟକ । ଜେଇଙ୍କ ସହଯୋଗୀ ଭଞ୍ଜକିଶୋର ସ୍ବାଇଁଙ୍କୁ ଅଟକ ରଖିଛି ଭିଜିଲାନ୍ସ । ଏକ ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ନେଉଥିଲେ ଲାଞ୍ଚ ।ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ତେବେ କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରି ତଦନ୍ତ ଜାରି ରଖିଛି।
